ଆଜି ଆସିବ ଧାମନଗର NACର ରେଜଲ୍‌ଟ; ୬ଟି ବୁଥ୍ ରେ ଭୋଟ ଗଣତି, ଲାଗିଛି ୧୪୪ ଧାରା

ଭଦ୍ରକ (କେନ୍ୟୁଜ): କିଏ ଦଖଲ କରିବ ଧାମନଗର NAC। ଆଜି । ଆସିବ ରେଜଲ୍‌ଟ। ୪ଟି ୱାର୍ଡର ୬ଟି ବୁଥ୍‌ରେ ପୁନଃମତଦାନ ପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି। କାଉଣ୍ଟିଂ ପାଇଁ ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ସୁରକ୍ଷ ବ୍ୟବସ୍ଥାକୁ କଡାକଡି କରାଯାଇଛି। କୌଣସି ଅପ୍ରିତୀକର ପରିସ୍ଥିତି ଆଶଙ୍କାରେ NACରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।

ଗତକାଲି ରାତି ୯ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କଚକଣା ଜାରି ରହିବ। ଏହି ସମୟରେ ୫ଜଣରୁ ଅଧିକ ଲୋକ ସମାଗମ ହୋଇପାରିବେ ନାହିଁ। ଗତ ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହୋଇଥିଲା। ବିଶୃଙ୍ଖଳା ଯୋଗୁଁ ଧାମନଗରରେ ଭୋଟିଂକୁ ବାତିଲ୍‌ କରାଯାଇଥିଲା।

Leave A Reply

Your email address will not be published.