ଦୁର୍ଘଟଣାରେ ଅଙ୍ଗ ହରାଇଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଦେଲା ‘ଓଡିଶା ମୋ ପରିବାର’

ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ମଧୁମେହ ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କର ବାମ ଗୋଡ଼ର ହରାଇଥିଲେ । ହାଡ଼ ଦୁର୍ବଳ ହୋଇ ସଂକ୍ରମଣ ହେବା ଯୋଗୁ ପ୍ରଭାତଙ୍କ ବାମ ଗୋଡ଼ର ଆଣ୍ଠୁ ଉପରକୁ କଟାବାକୁ ପଡିଥିଲା ।

କେନ୍ୟୁଜ୍(ବ୍ୟୁରୋ): ଦୁର୍ଘଟଣାରେ ଅଙ୍ଗ ହରାଇଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିଛି ଓଡିଶା ମୋ ପରିବାର । ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ମଧୁମେହ ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କର ବାମ ଗୋଡ଼ର ହରାଇଥିଲେ । ହାଡ଼ ଦୁର୍ବଳ ହୋଇ ସଂକ୍ରମଣ ହେବା ଯୋଗୁ ପ୍ରଭାତଙ୍କ ବାମ ଗୋଡ଼ର ଆଣ୍ଠୁ ଉପରକୁ କଟାବାକୁ ପଡିଥିଲା ।

ଏଭଳି ଦୁଃଖଦ ସମୟରେ ତାଙ୍କୁ ସହାୟତର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଦୁର୍ଘଟଣାରେ ତାଙ୍କର ଗୋଡ ହରାଇଥିଲେ । ତାଙ୍କୁ ମଧ୍ୟ ଓଡ଼ିଶା ମୋ ପରିବାର ପକ୍ଷରୁ କୃତିମ ଅଙ୍ଗ ଯୋଗାଯାଇଛି ।