ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ୧୧ଟା ୩୦ରେ ବସିବ ବୈଠକ । କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏସଓପି ଏବଂ ସୁଭଦ୍ରା ରୂପରେଖ ଉପରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରୁଛି। ଏଥିସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ବିଶେଷ କରି, ଏହି ବୈଠକରେ ଆୟୁଷ୍ମାନ୍ ଯୋଜନା ସହିତ ବଜେଟ୍ ରେ ପ୍ରସ୍ତାବିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା , ପାନୀୟ ଜଳ ଯୋଗାଣ ପାଇଁ ଧାର୍ଯ୍ୟ ଅବଧି ଓ ଅର୍ଥ ଆବଣ୍ଟନ ସହିତ ଏବେ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଭଳି ପ୍ରସଙ୍ଗରେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।