କମୁଛି ସଂକ୍ରମଣ, ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨ହଜାର ୬୦୨ ପଜିଟିଭ୍‌

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୬୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୯୭୮୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୯୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୧୦୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

ଆଜି ପଜିଟିଭିଟି ରେଟ୍‌ ୩.୪୯ ପ୍ରତିଶତ । ଯାହାକି ଗତକାଲି ଥିଲା ୩.୯୩ ପ୍ରତିଶତ । ଗତ ୨୪ ଘଣ୍ଟାରେ ୭୪ ହଜାର ୪୬୮ ଟେଷ୍ଟିଂ ହୋଇଥିଲା । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ବାଲେଶ୍ୱର । ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୩୯୭, ଯାଜପୁରରୁ ୧୮୩, ପୁରୀରୁ ୧୭୪ ଓ ବାଲେଶ୍ୱରରୁ ୧୬୪ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୪ଶହ ୪୭ ସଂକ୍ରମିତ ହୋଇଛନ୍ତି । ୨୪ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ଏବେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୧୫କୁ ହ୍ରାସ ପାଇଛି।

ସୂଚନା ମୁତାବକ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୯୭୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୦୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୯୭୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୨୬୩୧୬୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.