ବିହାରରେ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା, ନମୁନା ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍) : ବିହାରରେ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା ପ୍ରକାଶ ପାଇଛି । ତୁରନ୍ତ ଏହାର ନମୁନା ଯାଞ୍ଚ କରିବା ପାଇଁ ଖାଦ୍ୟ ନିରାପତ୍ତା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ନମୁନା ସଂଗ୍ରହ ପରେ ଲିଚୁରେ ରାସାୟନିକ ରଙ୍ଗ ମିଶାଯାଉଛି କି ନାହିଁ ତାହାର ତଦନ୍ତ କରାଯିବ । ଆଜି ସୁଦ୍ଧା ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯିବ ବୋଲି କୁହାଯାଇଛି ।

litchi ସୂଚନା ଅନୁଯାୟୀ, ବିହାରରେ ସଂକ୍ରମିତ ଲିଚୁ ଫଳ ଖାଇବା ଯୋଗୁଁ ଆକ୍ୟୁଟ୍ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି କୁହାଯାଉଛି। ଯେଉଁଥିରେ ପ୍ରାୟ ୧୩୪ ଜଣ ପିଲାଙ୍କର ମୃତ୍ୟୁ ହେଲାଣି। ଏହି ଘଟଣା ପରେ ଏବେ ଓଡ଼ିଶା ସରକାର ଚେତିଛନ୍ତି। ବଜାରରେ ବିକ୍ରି ହେଉଥିବା ଲିଚୁ ଫଳରେ ବିଷାକ୍ତ ରାସାୟନିକ ପଦାର୍ଥ ଅଛି କି ନାହିଁ, ତାକୁ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.