ପଞ୍ଚାୟତ ନିର୍ବାଚନରେ ହେବ ଦ୍ୱିମୁଖୀ ଲଢେଇ, ବିଜେଡିର ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଦାବି, ଅଡୁଆ କରିବେ ସ୍ୱାଧୀନ ପ୍ରାର୍ଥୀ ?

ଭୁବନେଶ୍ୱର(କେନ୍ଯୁଜ୍) : ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ନୁହେଁ ଦ୍ୱିମୁଖୀ ଲଢେଇ ହେବ । ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ଲଢ଼େଇ । ରାଜନୈତିକ ମହଲରେ ଏମିତି ଚାଲିଛି ଅଙ୍କକଷା । ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଜୋନରେ ବିଜେଡି ଜିତିବ ବୋଲି ଆକଳନ କରାଯାଇଛି ।

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ବରଗଡ଼ ଅମ୍ବାଭୋନାରେ ବିଜେଡି ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏହାର ନମୁନା । ଲୋକେ ବିଜେଡି ସହ ଅଛନ୍ତି । ଅନ୍ୟପଟେ ବିଜେପି ପ୍ରତିକ୍ରିୟାରେ କହିଛି ଚଳିତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ପ୍ରଥମକୁ ଆସିବ ଦଳ।

କିନ୍ତୁ ଏହା ଭିତରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଉଭୟ ବିଜେଡି ଓ ବିଜେପିର ଚିନ୍ତା ବଢିଛି । ସମୁଦାୟ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୮୫୧ରେ ଲଢୁଥିବା ବେଳେ ବିଜେପି ୮୪୮ରେ ଲଢୁଛି। ତା ପଛକୁ ରହିଛି କଂଗ୍ରେସ । ୮୩୬ ଜିଲ୍ଲା ପରିଷଦ ଆସନରେ ଦଳ ପ୍ରାର୍ଥୀ ଦେଇଛି।

କିନ୍ତୁ ଏହି ତିନି ପ୍ରମୁଖ ଦଳକୁ ବାଦ୍ ଦେଲେ ସ୍ୱାଧୀନ ଭାବେ ୨୯୮ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କିନ୍ତୁ ସ୍ୱାଧୀନ ପ୍ରାର୍ଥୀ କାହା ଭୋଟ କାଟିବେ ଓ କିଏ ଘାଟାରେ ପଡ଼ିବ ତାହାକୁ ନେଇ ଏବେ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.