କିଏ ଧରିବେ ରାଜ୍ୟ କଂଗ୍ରେସ ମଙ୍ଗ ? ଆରମ୍ଭ ହୋଇଛି ପିସିସି ସଭାପତି ଚୟନ ନେଇ କସରତ

କିଏ ଧରିବେ ରାଜ୍ୟ କଂଗ୍ରେସ ମଙ୍ଗ  ?  କିଏ ହେବେ ନୂଆ ପିସିସି ମୁଖିଆ ? ଆରମ୍ଭ ହୋଇଛି ପିସିସି ସଭାପତି ଚୟନ ନେଇ କସରତ । ଓଡ଼ିଶାରେ ପହଞ୍ଚିଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ ତଥା ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ । ସେମାନେ କଂଗ୍ରେସ ଭବନରେ ଷ୍ଟିୟରିଂ କମିଟି ସଦସ୍ୟ, ପୂର୍ବତନ ସାଂସଦ, ବିଧାୟକ ଓ କର୍ମୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ।

ଲବିରେ ନୁହେଁ ଦକ୍ଷତା ବଳରେ ହିଁ ପିସିସି ସଭାପତି ଚୟନ ହେବ ବୋଲି ରୋକଠୋକ କହିଛନ୍ତି ।  ପିସିସି ସଭାପତି ରେସରେ ଅଛନ୍ତି ଅନେକ ବରିଷ୍ଠଙ୍କ ସହ ଯୁବ ନେତା । ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଚର୍ଚ୍ଚାରେ ରହିଛି ।

ପିସିସି ସଭାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି କଂଗ୍ରେସ ଭବନରେ ଅନେକ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା । ନିଜ ନିଜର ସମର୍ଥକଙ୍କୁ ଧରି କଂଗ୍ରେସ ଭବନକୁ ଆସିଥିଲେ ।  ଏଆଇସିସି ପର୍ଯ୍ୟବେକ୍ଷଙ୍କୁ ଭେଟିବା ସହ ପିସିସି ସଭାପତି ଚୟନ ନେଇ ଆଲୋଚନା କରିଥିଲେ କଂଗ୍ରେସ ବରିଷ୍ଠ ନେତା ।

ହାଇକମାଣ୍ଡଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି । ଏଆଇସିସି ଯାହାକୁ ଦାୟିତ୍ୱ ଦେବେ ତାଙ୍କୁ ମାନିନେବେ ବୋଲି କହିଛନ୍ତି । ଜୁଲାଇ ୨୧ରୁ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ଝଡ଼ଖଣ୍ଡ ନିର୍ବାଚନ ପରେ ହିଁ ପିସିସି ସଭାପତି ନେଇ ଚୂଡାନ୍ତ ନିଷ୍ପତି ଆସିବ ବୋଲି ଆଲୋଚନା ହେଉଛି ।

You might also like