ଆସନ୍ତା ଏପ୍ରିଲ ୨୮ରୁ ଯୁକ୍ତ-୨ ବୋର୍ଡ ପରୀକ୍ଷା, ଏଥର ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ଥିଓରୀ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। ଏଥର ପରୀକ୍ଷା ଦେବେ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ। ଦ୍ୱାଦଶ ପରୀକ୍ଷା ନେଇ CHSE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଗୋଟିଏ ସିଟିଂରେ ହେବ ପରୀକ୍ଷା। ହାୟର ସେକେଣ୍ଡାରୀ ସ୍କୁଲରେ ନିଜ ଶିକ୍ଷକଙ୍କ ଉପସ୍ଥିତିରେ ପ୍ରାକ୍ଟିକାଲ ଏକଜାମ୍‌ କରାଯିବ । ଉଭୟ ଥିଓରୀ ଓ ପ୍ରାକ୍ଚିକାଲରେ ସ୍କୁଲ ଦ୍ୱାରା ପରିଚାଳିତା କ୍ୱାର୍ଟର ଏଣ୍ଡ ଏକଜାମକୁ ୨୦ପ୍ରତିଶତ ୱେଟେଜ ଦିଆଯିବ ।

ଏଥିପାଇଁ ତିନୋଟି କ୍ୱାର୍ଟର୍ର ଏଣ୍ଡ ପରୀକ୍ଷା ମଧ୍ୟରୁ ଛାତ୍ରଛାତ୍ରୀ ଯେଉଁ ଦୁଇଟି ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବେ ସେଥିରୁ ୨୦ ପ୍ରତିଶତକୁ ୱେଟେଜ ଭାବେ ବିଚାରକୁ ନିଆଯିବ । ଛାତ୍ରଛାତ୍ରୀଙ୍କର ଦୁଇଟି ସ୍କିମରେ ମୂଲ୍ୟାୟନ କରାଯିବ । ସେଥିରୁ ଗୋଟିଏ ସ୍କିମରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆଧାରରେ ମାର୍କିଂ କରାଯିବ । ସେହିପରି ଅନ୍ୟ ସ୍କିମରେ ବାର୍ଷିକ ପରୀକ୍ଷା ମାର୍କର ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡ ପରୀକ୍ଷା ମାର୍କର ୨୦ ପ୍ରତିଶତକୁ ୱେଟେଜ ଆଧାରରେ ମାର୍କିଂ କରାଯିବ । ଏହି ଦୁଇ ସ୍କିମ ମଧ୍ୟରୁ ଛାତ୍ରଛାତ୍ରୀ ଯେଉଁଥିରେ ଅଧିକ ମାର୍କ ରଖିବେ ତାହା ଚୂଡ଼ାନ୍ତ ବୋଲି ଧରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.