ପାସପୋର୍ଟ ଭେରିଫିକେସନରେ ଦେଶରେ ବହୁ ଆଗରେ ଓଡିଶା ପୋଲିସ୍: ଡିଜି ଅଭୟ

ଭୁବନେଶ୍ବର(କେନ୍ଯୁଜ୍): ପାସପୋର୍ଟ ଭେରିଫିକେସନରେ ଓଡିଶା ପୋଲିସ ଦେଶରେ ବହୁ ଆଗରେ । ପାସପୋର୍ଟ ଭେରିଫାଇକେସନକୁ 5T ଅନ୍ତଭୁକ୍ତ କରାଯାଇ ଏହି କାମକୁ ଓଡିଶା ପୋଲିସ ତ୍ୱରିତ କରିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେପ୍ଟେମ୍ବର ମାସରେ ମାତ୍ର ୪ ଦିନରେ ଓଡିଶା ପୋଲିସ ପାସପୋର୍ଟ ଭେରିଫିକେସନ କରିପାରିଛି ।

ବିଗତ ବର୍ଷରେ ଏହି କାମ ପାଇଁ ୨୦ ଦିନରୁ ୩୬ ଦିନ ପର୍ଯ୍ୟନ୍ତ ଲାଗୁଥିଲା । 5Tରେ ଅନ୍ତଭୁକ୍ତ ହେବା ପରେ ପ୍ରତ୍ୟେକ ଥାନାକୁ ଟାଲଏଟ ଦିଆଯିବା ସହ ସ୍ୱତନ୍ତ୍ର ଆପ ଇନଷ୍ଟଲ ହୋଇଛି । ଯାହା ଫଳରେ ଏବେ ମାତ୍ର ୪ ଦିନରେ ଏହି କାମ ହୋଇ ପାରୁଛି । ପୋଲିସ ଡିଜି ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଦାୟିତ୍ୱ ନେଇଥିବା ସ୍ପେଶାଲ ବ୍ରାଞ୍ଚ ଓ ପ୍ରତ୍ୟେକ ଥାନାରେ ଏହି କାମ କରୁଥିବା ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.