କୋଭିଡ ମହାମାରୀ ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସକୁ ସମ୍ମାନିତ କଲେ ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ(କେ ନ୍ୟୁଜ):  ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୋଲିସ ସମ୍ମାନିତ । ଜାତୀୟ ମହିଳା କମିଶନର ୨୯ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ କୋଭିଡ ମହାମାରୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସକୁ ସମ୍ବର୍ଦ୍ଧିତ କରାଯାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ପୋଲିସ ପକ୍ଷରୁ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ପୁରସ୍କାର ଗ୍ରହଣ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.