୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର
ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ବର ତରଫରୁ ରାଜ୍ୟରେ ସ୍ପେଶାଲ ଡ୍ରାଇଭ ଚାଲିଥିଲା । ନିଖୋଜ ଶିଶୁଙ୍କ ଉଦ୍ଧାର ପାଇଁ ନଭେମ୍ବର ୧୮ରୁ ୨୩ ଯାଏଁ ଚାଲିଥିଲା ସ୍ପେଶାଲ ଡ୍ରାଇଭ । ଏହି ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ହୋଇଛନ୍ତି ଓ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସ୍ପେଶାଲ ଡ୍ରାଇଭକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ତତ୍ୱାବଧାନରେ ସମାପନ କରାଯାଇଛି। ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ସର୍ବମୋଟ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସର୍ବୋକୃଷ୍ଟ ଜିଲ୍ଲାର ମାନ୍ୟତା ହାସଲ କରିଛି।