ନବ ଦାସ,ପ୍ରକାଶ ବେହେରା ଓ ଯୋଗେଶ ସିଂହ, ଆଗକୁ ଗତି କୁଆଡେ? ସେପଟେ ଦିଲ୍ଲୀପ-ବିଜୟଙ୍କୁ ନେଇ ସସ୍‌ପେନ୍ସ ଜାରି

ଭୁବନେଶ୍ବର(କେନ୍ୟୁଜ୍) : କଂଗ୍ରେସର ଏ ତିନି ବିଧାୟକଙ୍କ ଗତି କୁଆଡେ? କଂଗ୍ରେସରେ ରହିବେ ନା ଆଉ କେଉଁ ଦଳକୁ ଡେଇଁବେ। ନବ ଦାସ, ପ୍ରକାଶ ବେହେରା ଓ ଯୋଗେଶ ସିଂଙ୍କ ନାଁ ଏବେ ଚର୍ଚ୍ଚାରେ। ସାଲେପୁର ବିଧାୟକ ପ୍ରକାଶ ବେହେରା ପୁର୍ବରୁ କହିଥିଲେ, ରାଜ୍ୟରେ ବିଜେଡିର ସ୍ଥିତି ମଜଭୁତ । ବିଜେଡି ୨୦୧୯ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ଆଜି ବି ସେ ଏହି କଥାକୁ ଦୋହରାଇଛନ୍ତି । ନବ ଦାସଙ୍କ ଭଳି ପ୍ରକାଶ ବି କହିଛନ୍ତି, ମୁଁ ଯୁଆଡେ ଯିବି କର୍ମୀ ମୋ ସହିତ ରହିବେ ।

co1ସେପଟେ ସଚିବାଳୟରେ ଗୋଟିଏ ଗାଡିରେ ବିଜେଡି ମୁଖପାତ୍ର ଅରୁଣ ସିଂ ଓ ଡାବୁଗାଁର କଂଗ୍ରେସ ବିଧାୟକ ଭୁଜବଳ ମାଝି । ଭୁଜବଳ ଗାଡି ଚଳାଉଥିବା ବେଳେ ତାଙ୍କ ପାଖରେ ବସିଥିଲେ ଅରୁଣ । ଭୁଜବଳ କହିଛନ୍ତି ସେ କେଉଁ ଦଳକୁ ଯିବେ ନାହିଁ। ଅରୁଣଙ୍କ ସହ ତାଙ୍କର ଭାଇ-ଭାଇର ସଂପର୍କ । ଡିସେମ୍ବର ୨୬ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ସେ ଦିନ ଅନ୍ୟ ଦଳର କିଛି ହେବିୱେଟ୍ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଛି।  ଅପରପକ୍ଷେ ବିଜୟ ମହାପାତ୍ର ଓ ଦିଲ୍ଳୀପ ରାୟ ବିଜେଡି ଛାଡିବା ପରେ ବିଜେଡିରେ ଯୋଗ ଦେବେ ନା ନାହିଁ ସେ ନେଇ ସସପେନ୍ସ ଲାଗି ରହିଛି।