ରାଜ୍ୟ

ଜିଦରେ ଅଟଳ “ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ”, ଗ୍ରୀନ ଜୋନରେ ବି ଗଡ଼ିଲାନି ବସ

ଗ୍ରୀନ୍‌ ଜୋନ୍‌ରେ ଗଡ଼ିଲାନି ବସ୍‌ । ସରକାରୀ କିମ୍ବା ଘରୋଇ ବସ୍‌ ଚଳାଚଳ କରିନାହିଁ । ବସ୍‌ ଚଳାଚଳ ପାଇଁ ଅନୁମତି ପରେ ବି ଜିଦ୍‌ରେ ଅଟଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ । ୬ ମାସ ପାଇଁ ଟିକସ ଛାଡ କରିବା ପାଇଁ ଦାବି ହୋଇଛି । ୬ ମାସ ଯାଏ ବସ୍‌ ଟିକସ ଓ ଡିଜେଲରୁ ଭାଟ୍‌ ଛାଡ କରିବା ସହ ବ୍ୟାଙ୍କ ସୁଧ ୬ ମାସ ଯାଏ ଛାଡ ପାଇଁ ଦାବି ହୋଇଛି । ବୀମା ଅବଧି ମଧ୍ୟ ୬ ମାସ ବୃଦ୍ଧି ପାଇଁ ଦାବି ହୋଇଛି । ଏହାସହ ଗ୍ରୀନ ଜୋନ୍‌ରେ ବସ ଚଳାଚଳ ପାଇଁ ଯେଉଁ ଗାଇଡ୍‌ ଲାଇନ ଜାରି କରାଯାଇଛି, ତାକୁ ମାନି ଗାଡ଼ି ଚଳାଚଳ କରାଯିବା

ସମ୍ଭବ ନୁହେଁ ବୋଲି କହିଛି ଘରୋଇ ବସ ମାଲିକ ସଂଘ। ଗାଇଡ ଲାଇନରେ ରହିଛି ଅରେଞ୍ଜ ଓ ରେଡ୍‌ ଜୋନରେ ପ୍ରବେଶ ନ କରି ବସ ଚଳାଚଳ କରାଯାଇ ପାରିବ । ପୂର୍ବରୁ ଚଳାଚଳ କରୁଥିବା ବସ୍‌ ସଂଖ୍ୟାର ୫୦ ପ୍ରତିଶତ ବସ୍‌କୁ ଅନୁମତି ମିଳିଛି । ଗ୍ରୀନ୍‌ ଜୋନ୍‌ରେ ଆନ୍ତଃଜିଲ୍ଲା ଏବଂ ଜିଲ୍ଲା ଭିତରେ ବସ୍‌ ଗୁଡିକ ପରିବହନ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଯାତ୍ରୀ ପରିବହନ କରିପାରିବ । ବସ୍‌ ଗୁଡିକ ରେଡ୍‌ କିମ୍ବା ଅରେଞ୍ଜ ଜୋନ୍‌ର ସୀମା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

14 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

28 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

47 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago