କରୋନା ସଂକ୍ରମଣରେ ଦେଶର ୧୨ ତମ ସ୍ଥାନରେ ଓଡ଼ିଶା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥତା ହାର ରହିଛି ୭୯.୮୪ ପ୍ରତିଶତ । ଆକ୍ଟିଭ କେସ ରହିଛି ୩୨ ହଜାର ୯୭୩ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡ଼ିଶା ଏବେ ଦେଶରେ ୧୨ ତମ ସ୍ଥାନରେ ରହିଛି ।

ଗତକାଲି ଖୋର୍ଦ୍ଧାରୁ ୧୦୩୭ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୫, କଟକରୁ ୨୯୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଖୋର୍ଦ୍ଧାରେ ସୁସ୍ଥତା ହାର ୭୮.୮୪ ପ୍ରତିଶତ ରହିଛି । ଖୋର୍ଦ୍ଧାରେ ମୋଟ ୨୮ ହଜାର ୭୯୪ ପଜିଟିଭ କେସ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨୨ ହଜାର ୭୦୨ ।

Leave A Reply

Your email address will not be published.