ରାଜ୍ୟ

ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ : ୬୫.୩୧ ପ୍ରତିଶତ ରହିଛି ଭୋଟ୍ ହାର, ନୂଆପଡ଼ାରେ ସର୍ବାଧିକ ୭୩.୮୭ %

ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । କାଁଭାଁ ହିଂସାକାଣ୍ଡକୁ ଛାଡ଼ିଦେଲେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନିଆଯାଇଛି ଭୋଟ । ପ୍ରଥମ ପର୍ଯ୍ୟାୟରେ ଲଢୁଥିବା ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ । ୬୫.୩୧ ପ୍ରତିଶତ ରହିଛି ଭୋଟ୍ ହାର । ନୂଆପଡ଼ାରେ ସର୍ବାଧିକ ୭୩.୮୭ % ମତଦାନ ।
ବ୍ରହ୍ମପୁର-୫୪.୧୪%, ଭବାନୀପାଟଣା-୬୨.୦୨%, ବିଷମକଟକ-୬୭.୯୯% ମତଦାନ ହୋଇଛି । ଛତ୍ରପୁର-୫୪.୬୫%, ଚିକିଟି-୬୦.୦୪%, ଚିତ୍ରକୋଣ୍ଡା-୬୫.୦୧% ଭୋଟିଂ ହୋଇଛି । ଡାବୁଗାଁ-୭୧.୩୦%, ଧର୍ମଗଡ଼-୭୦.୦୬%, ଦିଗପହଣ୍ଡି-୬୨.୭୩% , ଗୋପାଳପୁର-୬୦.୪୧%, ଗୁଣୁପୁର-୫୭.୪୪%, ଜୟପୁର-୬୬.୫୮% ଭୋଟିଂ ହୋଇଛି ।

ସେହିପରି ଝରିଗାଁ-୬୯.୬୦%, ଜୁନାଗଡ଼-୭୦.୪୫%, ଖରିଆର-୭୨.୫୭%, କୋରାପୁଟ-୫୫.୩୫%, କୋଟପାଡ଼-୬୫.୬୭%, ଲକ୍ଷ୍ମୀପୁର-୫୮.୬୬% ଭୋଟିଂ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୨ ଲକ୍ଷ ୮୭ ହଜାର ଭୋଟର ଥିଲେ । ୭ ହଜାର ୩୦୩ ବୁଥରେ କଡ଼ା ସୁରକ୍ଷାରେ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଓ ୬୬ ପ୍ଲାଟୁନ ଆର୍ମଡ ପୋଲିସ ମୁତୟନ କରାଯାଇଥିଲା । ମାଓ ପ୍ରବଣ ଅଞ୍ଚଳରେ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା ।

ଜୁନ ୪ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।  ସେପଟେ ଗିରଫ ହେବେ ୨ ପ୍ରିଜାଇଡିଂ ଅଫିସର । କାର୍ଯ୍ୟରେ ଅବହେଳା ପାଇଁ ଏଯାଏଁ ୫ ଜଣଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଞ୍ଜାମ ଜିଲ୍ଲାରେ ୩ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଛତ୍ରପୁରର ନିଲମ୍ବିତ ୨ ପ୍ରିଜାଇଡିଂ ଅଧିକାରୀଙ୍କୁ ଗିରଫ କରାଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋପାଳପୁରର ଜଣେ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

Niharanjan

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

55 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago