ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୨୦୬୯ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୫୬୨ ଜଣ । ବୁଧବାର ସନ୍ଧ୍ୟା ସୁଦ୍ଧା ୫୫୭୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮ ଲକ୍ଷ ୧୭ହଜାର ୩୫୯ରେ ପହଂଚିଛି ସୁସ୍ଥ ସଂଖ୍ୟା । ଏଯାବତ ରାଜ୍ୟରେ ୧୨ କୋଟି ୮୯ ଲକ୍ଷ ୯୮୫୫ ଜଣଙ୍କର ଟେଷ୍ଟ ସରିଥିବା ବେଳେ ଏଭିତରୁ ୮ ଲକ୍ଷ ୬୬ ହଜାର ୬୯୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଯେବେକି ୪୫ ହଜାର ୮୦୯ ଟି ଆକ୍ଟିଭ କେଶ ରହିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.