ଭୁବନେଶ୍ଵର: ରାଜ୍ୟରେ ଆଉ ୧୦ ଜୀବନ ନେଲା ମାରାତ୍ମକ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି | ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ଵର ଜିଲ୍ଲାର ଥିବା ବେଳେ ଭୁବନେଶ୍ୱରରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି । ସେପଟେ କଟକ ଜିଲ୍ଲାର ଦୁଇ ଜଣଙ୍କର, ଗଂଜାମ ଜିଲ୍ଲାର ଜଣଙ୍କର, କଳାହାଣ୍ଡିର ଜଣଙ୍କର, ଖୋର୍ଦ୍ଧା ଜିଲ୍ଲାର ଜଣେ ଅଛନ୍ତି । ମୟୁରଭଞ୍ଜର ଜଣଙ୍କର ଜୀବନ ଯାଇଥିବା ବେଳେ ସୁବର୍ଣ୍ଣପୁରର ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି ।
– ବାଲେଶ୍ଵରର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ଡାଇବେଟିସ ଓ ହାଇପରଟେନସନ ରୋଗରେ ଆକ୍ରାନ୍ତ ଥିଲେ ।
– ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇଛି । ସେ ପୂର୍ବରୁ ଉଚ୍ହାରକ୍ତଚାପ ରୋଗରେ ପୀଡିତ ଥିଲେ ।
।- ଭୁବନେଶ୍ୱରର ଆଉ ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କର ବି କରୋନା କାରଣରୁ ମୃତ୍ୟୁ ହୋଇଛି ।
– କଟକର ଜଣାଏ ୪୫ ବର୍ଷ ବୟସ୍କ ଓ ଜଣେ ୭୪ ବର୍ଷୀୟ ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇଛି ।
– ଗଂଜାମର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବି କରୋନାରେ ଯାଇଛି ।
– କଳାହାଣ୍ଡି ଜିଲ୍ଲାର ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱେପୂର୍ବରୁ ଡାଇବେଟିସ ଓ ଉଚ୍ଚରକ୍ତଚାପ ରୋଗରେ ପୀଡିତ ଥିଲେ ।
– ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାର ଜଣେ ୬୦ ବର୍ଷୀୟ ଦୁଇ ଜଣଙ୍କର ଜୀବନ ଯାଇଛି ।
– ଯେବେକି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୮୪ ବର୍ଷୀୟ ବୃଦ୍ଧଙ୍କ ଜୀବନ ବି କରୋନାରେ ଯାଇଛି । ସେ ପୂର୍ବରୁ ଡାଇବେଟିସ ଓ ହାଇ ପାରଟେନସନରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।