ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ କରୋନା ଆକ୍ରାନ୍ତ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦୩ ଜଣ  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୋଟ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଂଚିଛି । ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାରୁ ୨୨ ଜଣ , କେନ୍ଦ୍ରାପଡାରୁ ୧୫ ଜଣ , ଭଦ୍ରକରୁ ୮ଜଣ ,ବଲାଙ୍ଗୀରରୁ ୮,ଜଗତସିଂହପୁରରୁ ୧୦ ଜଣ, ମାଲକାନଗିରିରୁ ୯ ଜଣ , କୋରାପୁଟରୁ ୬ଜଣ, ଗଜପତିରୁ ୬ଜଣ , ଖୋରଧାରୁ ୫ ଜଣ, ବାଲେଶ୍ୱରରୁ ୫ଜଣ ,ଗଂଜାମରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଯେବେକି ଯାଜପୁର ,ଢେଙ୍କାନାଳ, କେଉଁଝର, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲା ମାନଙ୍କରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ  ଏମାନଙ୍କ ଭିତରୁ ୯୬ ଜଣ କ୍ଵାରେଣ୍ଟିଂନ ଥିଲେ । କହିରଖିବା ଉଚିତ ହେବକି, ଆଜି ରାଜ୍ୟରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୮୮୧ ଜଣ ଚିକିତ୍ସିତ ହେଉଥିବା ବେଳେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୭ରେ ଅଛି । କହିରଖିବା ଉଚିତ ହେବକି, ଗତକାଲି ରାଜ୍ୟରେ ୬୭ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦ ଟପିଥିଲା । ଅନ୍ୟ ପକ୍ଷରେ ସନ୍ଧ୍ୟା ସୁଦ୍ଧା ୫୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୫୫୦ ଛୁଇଁଥିଲା ।

Leave A Reply

Your email address will not be published.