ଆଜି ରାଜ୍ୟରୁ ୧୨ ହଜାର ୫୨୩ ପଜିଟିଭ କେସ ଚି଼ହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରୁ ୧୨ ହଜାର ୫୨୩ ପଜିଟିଭ କେଶ ଚିନ୍ହଟ । ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟୀନରୁ ୭ ହଜାର ୧୨ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୫ ହଜାର ୫୧୧ ଜଣ । ଆଜିର ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୧୨କୁ ବୃଦ୍ଧି ପାଇଛି । ଏଯାବତ ୧ କୋଟି ୧୧ ଲକ୍ଷ ୮୦ ହଜାର ୬୪୯ ଜଣଙ୍କର ଟେଷ୍ଟ ସାରିଥିବା ବେଳେ ତାମଧ୍ୟରୁ ୧ ଲକ୍ଷ ୯ ହଜାର ୪୩୮ଟି ଆକ୍ଟିଭ କେଶ ରହିଛି । ଅନ୍ୟ ପକ୍ଷରେ ଗତ କାଲି ସନ୍ଧ୍ୟା ସୁଦ୍ଧା ୯୮୭୦ ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ ରାଜ୍ୟରେ ୫ ଲକ୍ଷ ୫୬ ହଜାର ୫୦୧ ଜଣ କରୋନାକୁ ମାତ ଦେଇ ସାରିଲେଣି । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଟି ପଜିଟିଭ କେଶ ସାମ୍ନାକୁ ଆସିଛି । ଏବେ ରାଜ୍ୟରେ ୨୦.୩୦ ପ୍ରତିଶତ ପଜିଟିଭିଟି ରେଟ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.