ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧ କରୋନା ପଜିଟିଭ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଖୋର୍ଦ୍ଧାରୁ ୭୬ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୪.୪୪ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୦.୨୯ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ । ୨୪ ଘଣ୍ଟାରେ ୫୮ ହଜାର ୧୦୪ କୋଭିଡ ଟେଷ୍ଟିଂ ହୋଇଛି ।

ନୂଆ ପଜିଟିଭଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୧୭୪ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୩୬ ହଜାର ୫୦୧ ଜଣ ସୁସ୍ଥ ହୋଇଛନ୍ତି ।ସେହିପରି ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୨ ହଜାର ୨୨୬ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.