ରାଜ୍ୟରେ ୨୪ ଘଣ୍ଟାରେ ୩୬୫ କରୋନା ପଜିଟିଭ୍‌ ଚିହ୍ନଟ, ୩ମୃତ

ଭୁବନେଶ୍ବର(କେନ୍ଯୁଜ୍): କମୁଛି ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୩୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଖୋର୍ଦ୍ଧାରୁ ୧୫୭ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୩.୦୧ ପ୍ରତିଶତ ।

ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୩୬୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୦.୫୪ ପ୍ରତିଶତ । ୩୬୫ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ । ୨୪ ଘଣ୍ଟାରେ ୬୬ ହଜାର ୬୧୦ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୪ ହଜାର ୫୬୩ ।

ସୂଚନା ଥାଉକି, ଗତକାଲି ରାଜ୍ୟରେ ୨୪ ଘଣ୍ଟାରେ ୪୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଚିନ୍ତା ବଢାଇଥିଲା ଖୋର୍ଦ୍ଧା । କେବଳ ଖୋର୍ଦ୍ଧାରୁ ୧୮୯ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୫.୮୭ ପ୍ରତିଶତ ।

ଗତକାଲି ମୋଟ ପଜିଟିଭ ରେଟ୍‌ ରହିଛି ୦.୫୮ ପ୍ରତିଶତ ରହିଥିଲା । ୪୧୨ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ରହିଥିଲେ ୬୩ ଜଣ । ଗତକାଲି ୨୪ ଘଣ୍ଟାରେ ୭୦ ହଜାର ୧୯୪ କୋଭିଡ ଟେଷ୍ଟିଂ ହୋଇଥିଲା । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଥିଲା ୪ ହଜାର ୭୪୭।

ରାଜ୍ୟରେ ସେହିପରି ଗତ ବୁଧବାର ୫୪୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । କେବଳ ଖୋର୍ଦ୍ଧାରୁ ୨୯୬ ନୂଆ କେସ୍‌ ରହିଥିଲା । ଯାହା ମୋଟ ଆକ୍ରାନ୍ତଙ୍କ ୫୪ ପ୍ରତିଶତ । ଖୋର୍ଦ୍ଧାରେ ଗତ ମଙ୍ଗଳବାର ୨୦୭ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ଗତକାଲି ହୋଇଥିଲେ ୨୯୬। ଅର୍ଥାତ ଖୋର୍ଦ୍ଧା ଜିଲ୍ଲାରେ ୪୩ ପ୍ରତିଶତ ବୃଦ୍ଧି ହୋଇଥିଲା।

ଏହାସହିତ ଗତକାଲି ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପଜିଟିଭ ରେଟ୍‌ ରହିଥିଲା ୦.୭୬ ପ୍ରତିଶତ । ୫୪୯ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ରହିଥିଲେ ୭୦ ଜଣ । ୨୪ ଘଣ୍ଟାରେ ୭୨ ହଜାର ୯୧ କୋଭିଡ ଟେଷ୍ଟିଂ ହୋଇଥିଲା । ଗତକାଲି ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଥିଲେ ୪ ହଜାର ୬୭୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.