ରାଜ୍ୟରେ ଆଉ ୩ ହଜାର ୬୫୦ ପଜିଟିଭ୍‌ ଚିହ୍ନଟ, ୪୪ମୃତ

ଭୁବନେଶ୍ବର: ରାଜ୍ୟରେ ଆଉ ୩ ହଜାର ୬୫୦ ପଜିଟିଭ୍‌ ଚିହ୍ନଟ । ଦିନକରେ ୪୪ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଆଜି ପଜିଟିଭିଟି ରେଟ୍‌ ରହିଛି ୫.୨୫ ପ୍ରତିଶତ । ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ ଟେଷ୍ଟିଂ ହୋଇଥିବାବେଳେ ୫.୨୫ ପ୍ରତିଶତ ପଜିଟିଭିଟି ହାର ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ପୁରୀ ।

ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୪୮୫, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮ ଓ ପୁରୀରୁ ୧୮୭ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୮ଶହ ୮୬ ସଂକ୍ରମିତ ହୋଇଛନ୍ତି । ୧୫ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ୪ ଜିଲ୍ଲାରେ ୧୦ ତଳେ ରହିଛି ଦୈନିକ ସଂକ୍ରମଣ। ଆକ୍ଟିଭ୍‌ କେସ୍‌ ୩୩ ହଜାର ୭୭୦କୁ ହ୍ରାସ ପାଇଛି। ସେହିପରି ରାଜ୍ୟରେ ୧୯ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି। ୪ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୭ ଜିଲ୍ଲା ୟେଲୋ ଜୋନରେ ରହିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.