ରାଜ୍ୟରେ ଖସୁଛି କରୋନା ଗ୍ରାଫ: ଗତ ୨୪ ଘଣ୍ଟା ଭିତରେ ୫୧୮ ନୂଆ ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫ ତଳକୁ ଖସିଲା

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୧୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯୭ ଜଣ କ୍ଵାରିଣ୍ଟୀନ ସେଣ୍ଟରର ହୋଇଥିବା ବେଳେ ୨୨୧ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ନେଇ ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩ ଲକ୍ଷ ୧୮ ହଜାର ୩୦୭କୁ ବୃଦ୍ଧି ପାଇଛି । ଯେବେକି ଏମଧ୍ୟରୁ ୩ ଲକ୍ଷ ୧୦ ହଜାର ୫୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଯେବେକି ସେମଧ୍ୟରୁ ୫୯୭୧ ଟି ଆକ୍ଟିଭ କେଶ ଥିବା ବେଳେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର କରୋନା ସ୍ଥିତି ନେଇ ଆଉ ଏକ ଖୁସି ଖବର ଆସିଛି । ଗୋଟିଏ ଦିନରେ ମାତ୍ର ୪ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ସେମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ଜଣେ ଥିବା ବେଳେ, ଭୁବନେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଥିବା ନେଇ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.