ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୬ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧାରୁ ୨୪୯ ନୂଆ କେସ୍‌ ରହିଛି। ଯାହାକି ମୋଟ ଆକ୍ରାନ୍ତଙ୍କ ୪୭.୭୯ ପ୍ରତିଶତ । ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗତକାଲି ଖୋର୍ଦ୍ଧାରୁ ୩୨୩ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଲଗାତାର ଭାବେ ଖୋର୍ଦ୍ଧାରେ କେସ୍‌ ବଢ଼ିବାରେ ଲାଗିଛି। ଆଜି ପଜିଟିଭ୍‌ ହାର ରହିଛି ୦.୮୦ ପ୍ରତିଶତ । ୫୨୧ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ବୟସ ଭିତରେ ଅଛନ୍ତି ୬୫ ଜଣ । ୨୪ ଘଣ୍ଟାରେ ୬୪ ହଜାର ୩୭୭ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ରହିଛି ୫ ହଜାର ୩୧୪ ।

ସୂଚନା ଥାଉକି, ରାଜ୍ଯରେ ଗତକାଲି ୬୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କେବଳ ଖୋର୍ଦ୍ଧାରୁ ୩୨୩ ନୂଆ କେସ୍‌ ରହିଥିଲା। ଯାହାକି ମୋଟ ଆକ୍ରାନ୍ତଙ୍କ ୫୨. ୫୨ ପ୍ରତିଶତ। ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପଜିଟିଭ୍‌ ହାର ରହିଥିଲା ୦.୯୮ ପ୍ରତିଶତ । ୬୧୫ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ରହିଥିଲେ ୬୮ ଜଣ । ୨୪ ଘଣ୍ଟାରେ ୬୨ ହଜାର ୬୭୫ କୋଭିଡ ଟେଷ୍ଟିଂ ହୋଇଥିଲା ।

ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୧୨ ଜଣ, ଭଦ୍ରକରୁ ୭ ଜଣ, ବରଗଡ଼ରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭୨ ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୮ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୩ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୫ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୯ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.