କମୁଛି ସଂକ୍ରମଣ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଲଗାତାର ୩ଦିନ ଧରି ୮ ପ୍ରତିଶତରେ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୮.୭୫ ପ୍ରତିଶତ। ଯାହାକି ଗତକାଲି ସହ ସମାନ। ୨୪ ଘଣ୍ଟାରେ ୬୯ ହଜାର ୬୩୮ ଟେଷ୍ଟିଂ ହୋଇଥିବାବେଳେ ୬ ହଜାର ୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର ବାଲେଶ୍ୱର ଓ ମୟୂରଭଞ୍ଜ । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୧୭ ଆକ୍ରାନ୍ତ ହୋଇଛନ୍ତି।


କଟକରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ୱରରୁ ୩୯୨ ଓ ମୟୂରଭଞ୍ଜରୁ ୨୯୭ ନୂଆ କେସ୍‌ ରହିଛି। କେବଳ ଏହି ୫ ଜିଲ୍ଲାରୁ ୨ ହଜାର ୭୮୭ ରହିଛି କରୋନା କେସ୍‌। ଆକ୍ଟିଭ୍‌ କେସ୍‌ ରହିଛି ୬୯ ହଜାର ୩୩୩ରେ ପହଂଚିଛି। ୧୦ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ୧୧ ଜିଲ୍ଲା ରେଡ୍‌ ଜୋନରେ ରହିଛି। ୯ ଜିଲ୍ଲା ଗ୍ରୀନ ଜୋନରେ ଥିବାବେଳେ ୟେଲୋ ଜୋନରେ ରହିଛି ୧୦ ଜିଲ୍ଲା। ୫ ପ୍ରତିଶତ ତଳେ ରହିଛି ୯ ଜିଲ୍ଲା । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୧୬୭କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.