ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୭୮ ପଜିଟିଭ୍‌ ଚିହ୍ନଟ, ୬୫ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୭୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୫୬ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୮୩ ପ୍ରତିଶତ । ୨୪ ଘଣ୍ଟାରେ ୬୮ ହଜାର ୭୨୪ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୧୪୭, ଜଗତସିଂହପୁରରୁ ୫୮, ଯାଜପୁରରୁ ୫୮ ରହିଛି କରୋନା କେସ୍‌ । ସବୁ ଜିିଲ୍ଲାରେ ୫ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୦ ହଜାର ୬୮୨।

You might also like