ରାଜ୍ଯରେ ଗତ ୨୪ ଘଣ୍ଟାରେ ୨ ହଜାର ୭୪ ନୂଆ ପଜିଟିଭ୍‌ ଚିହ୍ନଟ, ୬୫ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୨ ପ୍ରତିଶତକୁ ଖସିଲା ଦୈନିକ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୯୯ ପ୍ରତିଶତ। ଯାହାକି ଗତକାଲି ଥିଲା ୩.୦୯ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨ ହଜାର ୭୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ୬୯ ହଜାର ୨୮୭ ଟେଷ୍ଟିଂ ହୋଇଥିଲା ।

ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୨୮୩, ପୁରୀରୁ ୧୩୩, ଯାଜପୁରରୁ ୧୨୦, ବାଲେଶ୍ୱର ଓ ମୟୂରଭଞ୍ଜରୁ ୧୧୫ ଲେଖାଏଁ ରହିଛି କରୋନା କେସ୍‌। ୨୩ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨୨ ହଜାର ୮୬୦ । ରାଜ୍ୟରେ ୨୩ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ୨ ଜିଲ୍ଲା ରେଡ ଜୋନ୍‌ରେ ଥିବାବେଳେ ୫ ଜିଲ୍ଲା ୟେଲୋ ଜୋନରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.