ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ସଂକ୍ରମଣଙ୍କ ସଂଖ୍ଯା: ଗତ ୨୪ ଘଣ୍ଟାରେ ୯୧୧ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ସଂକ୍ରମଣଙ୍କ ସଂଖ୍ଯା । ଗତ ୨୪ ଘଣ୍ଟାରେ ପୁଣି ୯୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ହଜାରେ ତଳେ କରୋନା ଦୈନିକ ସଂକ୍ରମଣ ସଂଖ୍ଯା। ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୧୬ପଜିଟିଭ୍‌ । ଖୋର୍ଦ୍ଧାରୁ ସର୍ବାଧିକ ୩୫୨, କଟକରୁ ଚିହ୍ନଟ ହୋଇଛନ୍ତି ୮୮ ନୂଆ ଆକ୍ରାନ୍ତ ।

୨୪ ଘଣ୍ଟାରେ ୭୧ ହଜାର ୨୬୪ କୋଭିଡ୍‌ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୨୭ ପ୍ରତିଶତ । ରାଜ୍ୟରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏବେ ଆକ୍ଟିଭ୍‌ କେସ୍‌ ରହିଛି ୯ ହଜାର ୪୯୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.