ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୩୪୨ ପଜିଟିଭ୍‌ ଚିହ୍ନଟ, ୬୮ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୩୪୨ ପଜିଟିଭ୍‌ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୨ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୧ ପ୍ରତିଶତ । ୨୪ ଘଣ୍ଟାରେ ୬୬ ହଜାର ୧୪୬ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ସଂକ୍ରମିତ ହୋଇଛନ୍ତି । କଟକରୁ ୧୬୪, ଜଗତସିଂହପୁରରୁ ୭୮ ଓ ଯାଜପୁରରୁ ୬୬ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୩ ହଜାର ୫୧୬ । ରାଜ୍ୟରେ ୨୮ଟି ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.