ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୪୧ ଜଣ ସଂକ୍ରମିତ ଚିହ୍ନଟ, ୬୮ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ହଜାରେ ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୪୧ ଜଣ ସଂକ୍ରମିତ ହୋଇଛନ୍ତି । ୦ରୁ ୧୮ ବର୍ଷ ବର୍ଗରେ ୧୨୮ ଜଣ ସଂକ୍ରମିତ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତର ୧୨.୨୯ ପ୍ରତିଶତ । ଗତକାଲି ଏହି ସଂଖ୍ୟା ଥିଲା ୧୩୮ ।

ଗତ ୨୪ ଘଣ୍ଟାରେ ୬୬ ହଜାର ୨୮୧ ଟେଷ୍ଟିଂ ହୋଇଛି। ଆଜି ପଜିଟିଭି ରେଟ୍‌ ରହିଛି ୧.୫୭ ପ୍ରତିଶତ । ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୯୮ ଓ କଟକରୁ ୧୭୬ ରହିଛି କରୋନା କେସ୍‌ । ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍‌ ରହିଛି ୯ ହଜାର ୬୬୪ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.