ଆଜି ରାଜ୍ଯରେ ୧୯୨୭ ପଜିଟିଭ ଚିହ୍ନଟ, ସର୍ବାଧିକ ୬୯ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ୨ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୯୨୭ ପଜିଟିଭ୍ ଚିହ୍ନଟ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍ ରହିଛି ୨.୬୭ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୯୫ ପ୍ରତିଶତ ।
୨୪ ଘଣ୍ଟାରେ ୭୨ ହଜାର ୬୧ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୯୮ ସଂକ୍ରମିତ ହୋଇଛନ୍ତି । କଟକରୁ ୨୪୮, ଯାଜପୁରରୁ ୧୨୩, ବାଲେଶ୍ୱରରୁ ୧୧୧ ଓ ପୁରୀରୁ ୧୦୩ ରହିଛି କରୋନା କେସ୍ । ରାଜ୍ୟରେ ୨୦ ହଜାର ତଳକୁ ଖସିଛି ଆକ୍ଟିଭ୍ କେସ୍ । ଏବେ ଆକ୍ଟିଭ୍ କେସ୍ ରହିଛି ୧୯ ହଜାର ୬୮୫ । ୨୫ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।