ରାଜ୍ୟରେ ଆଉ ୬୯୫ କରୋନା ପଜିଟିଭ୍ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ହାର ରହିଛି ୧.୦୬ ପ୍ରତିଶତ । ୬୯୫ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୫ ହଜାର ୫୧୨ କୋଭିଡ୍ ଟେଷ୍ଟିଂ ହୋଇଛି। ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି ୫ ହଜାର ୮୭୬ । ଅନ୍ଯପଟେ ରାଜ୍ଯରେ ଗତ ୨୪ ଘଣ୍ଟା ଭିତରେ ୬ଜଣଙ୍କ ଜୀବନ ନେଲା କରୋନା।