ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ ହଜାର ୨୧୬ ପଜିଟିଭ୍‌ ଚିହ୍ନଟ, ଗଲା ୩୩ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ଆଉ ୭ ହଜାର ୨୧୬ ପଜିଟିଭ୍‌ ଚିହ୍ନଟ । କଟକରୁ ସର୍ବାଧିକ ୧୦୯୧ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ ଭାବେ ଖୋର୍ଦ୍ଧାରୁ ୮୦୯ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟାରେ ୪୩ ହଜାର ୭୬୮ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ବାହାରିଛନ୍ତି ୭ ହଜାର ୨୧୬ । ଆଜି ପଜିଟିଭିଟି ହାର ରହିଛି ୧୬.୪୮ ପ୍ରତିଶତ । ଯାହାକି ଗତକାଲି ଥିଲା ୧୪.୫୬ ପ୍ରତିଶତ। କେନ୍ଦ୍ରାପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯ ପଜିଟିଭ୍‌ ଆସିଛି। ମୟୂରଭଞ୍ଜ ଓ ଗଜପତିରେ ସବୁଠୁ କମ୍‌ ସଂକ୍ରମଣ ରହିଛି। ଏହି ଦୁଇ ଜିଲ୍ଲାରେ ୫୦ ତଳେ ରହିଛି ପଜିଟିଭ୍‌ କେସ୍‌ । ମୋଟ ଆକ୍ଟିଭ୍‌ କେସ୍‌ ୧ଲକ୍ଷ ୨ ହଜାର ୭୨ ରହିଛି। ସେହିପରି ରାଜ୍ଯରେ ଆଜି ୩୩ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.