ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ କରୋନା ପଜିଟିଭ୍‌ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ୧୦୨ ଜଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପଜିଟିଭ ହାର ୧.୧୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ୭୬୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୭୬୨ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୨ ଜଣ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ନୂଆ ଆକ୍ରାନ୍ତ ରହିଛନ୍ତି ୧୧୯। ଏହି ୨ ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୪ ହଜାର ୧୦୨ କୋଭିଡ୍‌ ଟେଷ୍ଟିଂ ହୋଇଛି। ଏବେ ଆକ୍ଟିଭ୍‌ କେସ୍‌ ରହିଛି ୬ ହଜାର ୮୫୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.