ରାଜ୍ୟରେ ୨୪ ଘଣ୍ଟାରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି କୋରନା ଗ୍ରାଫ୍‌। ଓଡ଼ିଶାରେ ଲାଗାତର ଦୁଇ ଦିନ ଧରି ୧ ହଜାର ତଳେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮୭୨ । ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୧୪୧, କଟକରୁ ୭୮ ସଂକ୍ରମିତ ହୋଇଛନ୍ତି । ୧୮ ବର୍ଷରୁ କମ ବୟସ ବର୍ଗରେ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୫ ହଜାର ୯୧୧କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୯ହଜାର ୯୨୮କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.