ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ଘଣ୍ଟାରେ ୧୦ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ଲଗାତର ତୃତୀୟ ଦିନରେ ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୮.୪୩ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫୦୦ ନୂଆ ଆକ୍ରାନ୍ତ ହୋଇଛନ୍ତି ।
Covid-19 Report For 14th Jan
New Positive Cases: 10856
Of which 0-18 years: 1021
In quarantine: 6293
Local contacts: 45631(Details of local contacts will be shared by concerned District)
1. Angul: 104
2. Balasore: 326
3. Bargarh: 145
4. Bhadrak: 101
5. Balangir: 259— I & PR Department, Odisha (@IPR_Odisha) January 15, 2022
ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୯୩୬ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୬୧ ହଜାର ୮୦୯ । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୨୧ ଜଣ ।