ଗତ ୨୪ ଘଣ୍ଟା ଭିତରେ ୨୭ ଜଣଙ୍କ ଜୀବନ ନେଲା କରୋନା, ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ, ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଦୁଇ ଜଣ, କୋରାପୁଟରୁ ୪ ଜଣ, ନୂଆପଡ଼ାରୁ ତିନି ଜଣ, ନବରଙ୍ଗପୁରରୁ ଜଣେ, ପୁରୀରୁ ଜଣେ, ରାୟଗଡାରୁ ତିନି ଜଣ, ସୁବର୍ଣ୍ଣପୁରରୁ ଜଣେ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ତିନି ଜଣ ଥିବା ଜଣାଯାଇଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୩୦କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.