ବିପର୍ଯ୍ୟୟ ମୁକାବିଲା ପାଇଁ ଆଜିଠୁ ଭୁବନେଶ୍ୱରରେ ଦୁଇ ଦିିନିଆ କର୍ମଶାଳା ଆରମ୍ଭ, ଯୋଗଦେବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିନିଧି
ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା ପାଇଁ ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦୁଇ ଦିିନିଆ କର୍ମଶାଳା । ଏଥିରେ ଓଡ଼ିଶା ସମେତ ବିହାର, ଝାରଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିମାନେ ଯୋଗଦେବେ । ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଏହି କର୍ମଶାଳାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ନୂଆ ଜ୍ଞାନ କୌଶଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସମ୍ପତ୍ତିହାନୀକୁ ରୋକାଯାଇ ପାରିବ, ସେ ସଂପର୍କରେ ଏହି କର୍ମଶାଳାରେ ଆଲୋଚନା ହେବ । ଏହା ସହ ବନ୍ୟା ବେଳେ ଡ୍ୟାମ୍ ନିରାପତ୍ତା ନେଇ ବାହାର ରାଜ୍ୟ ଆପଣାଇଥିବା ଜ୍ଞାନ କୌଶଳ ଉପରେ ଆଲୋଚନା କରାଯିବ ।