ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟି ବିଲ ବିଧାନସଭାରେ ପାରିତ, ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣକାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ- ଏନଏଚଏଆଇ ଢାଞ୍ଚାରେ ଓଡ଼ିଶାରେ ରାଜ୍ୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ- OSHA ଗଠନ ହେବ ।

ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟି ବିଲ- ୨୦୨୫ ବିଧାନସଭାରେ ପାରିତ ହୋଇଛି । ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଯଥା ଜମି ଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି, ଜଙ୍ଗଲ ମଞ୍ଜୁରି ଆଦି ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବ । ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଦୂରୀକରଣ ପାଇଁ ଆପ୍ରୋଚ ରୋଡ ନିର୍ମାଣ ମଧ୍ୟ ଏହି ସଂସ୍ଥା ଦ୍ବାରା ନିର୍ମାଣ କରାଯିବ । ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବେ। ଫାଇନାନସ ମେମ୍ବର, ସେଫଟି ଓ ଟେକନୋଲୋଜି ମେମ୍ବର, ୱାର୍କସ, କଣ୍ଟ୍ରାକ୍ଟ ଓ ଅପରେସନ ମେମ୍ବର ଏବଂ ଜଣେ କନସୁଲେସନ ଆଣ୍ଡ ପାର୍ଟନରସିପ ମେମ୍ବର ରହିବେ ।  ଏହା ସହ ୬ ଜଣ ପାର୍ଟ ଟାଇମ ମେମ୍ବର ମଧ୍ୟ ନିଯୁକ୍ତ ହେବେ ।  ରାଜ୍ୟ ସରକାରଙ୍କ ସର୍ଚ୍ଚ ଓ ସିଲେକସନ କମିଟି ମାଧ୍ୟମରେ ଏମାନଙ୍କୁ ନିଯୁକ୍ତ କରାଯିବ ।

 

ଆହୁରି ପଢ଼ନ୍ତୁ : ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍