ପ୍ରତିଷ୍ଠା ହୋଇଛି ଓଡ଼ିଶାର ସର୍ବବୃହତ ଶିବଲିଙ୍ଗ, ଯାହାର ଉଚ୍ଚତା ୫୫ଫୁଟ

କଳାହାଣ୍ଡି : ଓଡ଼ିଶାର ସର୍ବବୃହତ ଶିବଲିଙ୍ଗ। ଉଚ୍ଚତା ୫୫ଫୁଟ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ନିର୍ମାଣ ହୋଇଛି ଏହି ବୃହତ ଶିବଲିଙ୍ଗ। ମହାଶିବରାତ୍ରୀ ଅବସରରେ ଏହି ଶିବ ଲିଙ୍ଗର ପ୍ରତିଷ୍ଠା କରାଯାଇଛି।

ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ନିଜେ ଏହି ଶିବ ଲିଙ୍ଗର ପ୍ରତିଷ୍ଠା କରିଛନ୍ତି। ଅଢେଇ ମାସରେ ସରିଛି ନିର୍ମାଣ କାର୍ଯ୍ୟ। ଶିବ ଲିଙ୍ଗ ଦର୍ଶନ କରିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମୁଛି।