ଆଜିଠୁ ସକ୍ରିୟ କାଳବୈଶାଖୀ, ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ): ଏପଟେ ଆସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ଆଜିଠୁ ସକ୍ରିୟ ହେବ କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର ତାପମାତ୍ରା । ଆଜିଠୁ ହିଟୱେଭ ୱାର୍ଣ୍ଣିଂ ନାହିଁ । ଆସନ୍ତା ୪ ଦିନରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ଆସନ୍ତା ୪ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସୂଚନା ଥାଉକି, ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା। ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ଥିଲା ସବୁଠୁ ଉତ୍ତପ୍ତ ସହର। ଏହା ତଳକୁ ରହିଛି ବୌଦ୍ଧ ଓ ବଲାଙ୍ଗିର। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ୯ ସହରର ଦିନ ତାପମାତ୍ରା ୪୪ ଡିଗ୍ରୀ ଉପରେ ଥିଲା। ୨୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.