ଓଡ଼ିଶା ଉପରେ ପଡିବ ବାତ୍ୟାର ସିଧାସଳଖ ପ୍ରଭାବ: JTWC

ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ୍‌ କେଉଁଠି ଲ୍ୟାଣ୍ଡଫଲ କରିବ, ତାରି ଉପରେ ନଜର । ଭାରତୀୟ ପାଣିପାଗ ବିଭାଗ IMD ଏପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ନେଇ କୌଣସି ସୂଚନା ଦେଇନାହିଁ । ହେଲେ ବିଭିନ୍ନ ପାଣିପାଗ ମଡେଲ ଲ୍ୟାଣ୍ଡଫଲ ନେଇ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି । ଅନ୍ୟପଟେ ଆମେରିକାର ଜଏଣ୍ଟ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟର JTWC ଜାରି କଲା ବାତ୍ୟାର ଗତିପଥ। ସିଧାସଳଖ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ ବୋଲି କହିଛି JTWC। ଓଡ଼ିଶାକୁ ମୁହାଁଇପାରେ ବାତ୍ୟା। ଏଭଳି ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟର । ପ୍ରଥମ ଥର ବାତ୍ୟା ଆଲର୍ଟ ଜାରି କରିଥିଲା JTWC ।

ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ:

ଏପଟେ ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ କରାଯାଇଛି । ଫୋକସରେ ଉପକୂଳର ୧୪ ଜିଲ୍ଲା । ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ, ଏନଡିଆରଏଫ୍‌, ଅଗ୍ନିଶମ ଟିମ୍‌ ସଜାଗ ଅଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଓଡ୍ରାଫ, ୧୭୨ ଅଗ୍ନିଶମ ଟିମ୍‌ ମୁତୟନ ରହିବେ । ଏବେ ଓଡ୍ରାଫର ୩୩ଟି, ଅଗ୍ନିଶମ ବାହିନୀର ୧୫୮ଟି ଓ ଏନଡିଆରଏଫର ୨୪ଟି ଟିମ୍‌ ମୁତୟନ ହୋଇଛନ୍ତି । ରିଜର୍ଭରେ ଅଛନ୍ତି ୫୧ଟି ଟିମ୍‌ । ଗଞ୍ଜାମ ଜିଲ୍ଲା ପାଇଁ ସର୍ବାଧିକ ୪୫ଟି ଟିମ୍‌ ମୁତୟନ ରହିବେ । ପୁରୀ ୨୩, ଖୋର୍ଦ୍ଧା ପାଇଁ ୨୧ ଏବଂ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୁତୟନ ରହିବେ ୧୯ଟି ଲେଖାଏ ଟିମ୍‌ । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.