ଦେଶର ଶ୍ରେଷ୍ଠ ୫ ଟି ରାଜ୍ୟ ଭିତରେ ସ୍ଥାନ ପାଇବ ଓଡ଼ିଶା, ମଧୁବାବୁଙ୍କ ଜନ୍ମପୀଠରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ

ସ୍ଵତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ରାଜ୍ୟକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ । ଅସ୍ମିତା, ଉଚ୍ଚ ଆଶା, ଅବିଶ୍ରାନ୍ତ ଉଦ୍ୟମ ବଳରେ ଏହାକୁ ସଫଳ କରାଯିବ। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖା ଯାଇଛି। ଦେଶର ଶ୍ରେଷ୍ଠ ୫ ଟି ରାଜ୍ୟ ଭିତରେ ସ୍ଥାନ ପାଇବ ଓଡ଼ିଶା ।
ମଧୁବାବୁଙ୍କ ଜନ୍ମପୀଠରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସତ୍ୟଭାମାପୁର ପ୍ରତି ଓଡ଼ିଆଙ୍କ ପାଇଁ ତୀର୍ଥସ୍ଥଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୁଷ୍ମାନ ଯୋଜନା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ରାଜ୍ୟ ସମେତ ଦେଶର ୨୯ ହଜାର ଡାକ୍ତରଖାନାରେ ଚିକିତ୍ସା ସେବା ମିଳିବ। ଏହି ଯୋଜନାରେ ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକଙ୍କୁ ମାଗଣ ସ୍ବାସ୍ଥ୍ୟ ସେବା ମିଳିବ।