ଭୁବନେଶ୍ୱର : ଅପରାଧ ମୁକ୍ତ ହେବ ଓଡ଼ିଶା । ପୋଲିସ ବିଭାଗକୁ ଆହୁରି ସୁଦୃଢ କରାଯିବ । ତ୍ବରିତ ଆକ୍ସନ ପାଇଁ ପ୍ରତି ଥାନାକୁ ଦିଆଯିବ ଦ୍ବିତୀୟ ଗାଡ଼ି । ଥାନାର ଇନସପେକ୍ଟର ଓ ଏଏସଆଇଙ୍କୁ ମୋଟର ସାଇକେଲ ଯୋଗାଇ ଦିଆଯିବ । ପୋଲିସ ବିଭାଗର ଆଧୁନିକୀକରଣ ନେଇ କହିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।
ଖୁବ ଶୀଘ୍ର OISFର ୪ଟି ବାଟାଲିଅନ ଗଠନ କରାଯିବ ବୋଲି ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି । ପୋଲିସ ବିଭାଗରେ ଥିବା ଖାଲି ସ୍ଥାନକୁ ପୂରଣ କରାଯିବ । ହୋମଗାର୍ଡଙ୍କ ସଂଖ୍ୟା ବଢାଯିବ ବୋଲି ସେ କହିଛନ୍ତି । ନକ୍ସଲ ମୁକାବିଲାରେ ଓଡ଼ିଶା ଯଥେଷ୍ଟ ସଫଳତା ଲାଭ କରିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀ ମୂଳପୋଛ ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏବେ ନକ୍ସଲ ଦମନ ଅଭିଯାନରେ ଓଡିଶା ପୋଲିସ ଅପେରେସନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଡିଜିପି ।