ମେ’ରୁ ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ! ଆଜି ହେବ ପ୍ରଥମ ଟ୍ରାଏଲ ରନ୍‌

ହାୱାଡାରୁ ପୁରୀ ଆସୁଛି ବନ୍ଦେ ଭାରତ। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ ବାଲେଶ୍ୱରରେ କିଛି ସମୟ ପରେ ପହଞ୍ଚିବ। କଟକରେ ଦିନ ୧୧ଟା, ଭୁବନେଶ୍ୱରରେ ୧୧ଟା ୨୨ ଏବଂ ପୁରୀରେ ୧୨ଟା ୩୫ରେ ପହଞ୍ଚିବ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ମେ ମାସରୁ ଓଡ଼ିଶାରୁ ଗଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଏହାର ପ୍ରଥମ ଟ୍ରାଏଲ ରନ୍‌। ହାୱାଡାରୁ ପୁରୀ ଆସୁଛି ବନ୍ଦେ ଭାରତ। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ ବାଲେଶ୍ୱରରେ କିଛି ସମୟ ପରେ ପହଞ୍ଚିବ। କଟକରେ ଦିନ ୧୧ଟା, ଭୁବନେଶ୍ୱରରେ ୧୧ଟା ୨୨ ଏବଂ ପୁରୀରେ ୧୨ଟା ୩୫ରେ ପହଞ୍ଚିବ।

ଏହାପରେ ପୁରୀରୁ ଅପରାହ୍ନ ୧. ୫୦ମିନିଟରେ ବାହାରି ରାତି ୮.୩୦ରେ ହାୱାଡାରେ ପହଞ୍ଚିବ। ଆଜିର ଟ୍ରାଏଲ ରନ ପରେ ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଟ୍ରାଏଲ ରନ୍‌ ହେବ। ଓଡ଼ିଶାରେ କେବେଠାରୁ ବନ୍ଦେ ଭାରତ ଚାଲିବ ତାହା ସ୍ପଷ୍ଟ ହୋଇ ନାହିଁ। କୁହାଯାଉଛି ଆସନ୍ତା ମାସରୁ ଓଡ଼ିଶାରୁ ଗଡ଼ିପାରେ ଏହି ଟ୍ରେନ। ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ଡିଜାଇନ ହୋଇଥିବା ସେମି ହାଇସ୍ପିଡ୍‌ ଟ୍ରେନ। ଏହି ଟ୍ରେନର ସିଟ୍‌ ବିମାନରେ ଥିବା ସିଟ୍‌ ଭଳି ଏବଂ ଦୁର୍ଘଟଣା ଏଡାଇବାକୁ ଟ୍ରେନରେ କବଚ ବ୍ୟବସ୍ଥା ରଖାଯାଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଫେବ୍ରୁଆରି ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍‌ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା। ସେହିଦିନ ଠାରୁ ଏପର୍ଯନ୍ତ ଦେଶର ୭ଟି ରୁଟ୍‌ରେ ଏହି ଟ୍ରେନ୍‌ ପରିଚାଳିତ ହେଉଛି। ଏଥିରେ ନୂଆଦିଲ୍ଲୀ-ବାରାଣାସୀ, ନୂଆଦିଲ୍ଲୀ-ବୈଷ୍ଣୋଦେବୀ ମାତା କଟରା, ଗାନ୍ଧିନଗର କ୍ୟାପିଟାଲ-ଅହମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ, ଅମ୍ବା ଅନ୍ଦାରୁଆ-ନୂଆଦିଲ୍ଲୀ, ମହୀଶୂର-ପୂରାଟଚୀ ଥାଲାଇଭର ଡ. ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ, ନାଗପୁର-ବିଲାସପୁର ଓ ହାୱଡା-ନ୍ୟୁ ଜଲପାଇଗୁଡ଼ି ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.