ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର, ପ୍ରଧାନମନ୍ତ୍ରୀ ୨୮ରେ କନକ୍ଲେଭର କରିବେ ଉଦଘାଟନ

ଭୁବନେଶ୍ୱର : ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର । ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫ ପୂର୍ବରୁ ଜନତା ମୈଦାନରେ ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶାରେ ୧୦୦ରୁ ଅଧିକ ନିବେଶକାରୀ MOU ସ୍ବାକ୍ଷର କରିବେ।

ଏହା ଦ୍ବାରା ଓଡ଼ିଶାରେ ସାଢେ଼ ତିନି ଲକ୍ଷରୁ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବ। କନକ୍ଲେଭରେ ଯୋଗ ଦେବାକୁ ଏଯାଏ ୭ ହଜାର ୫ ଶହ ଡେଲିଗେଟ ପଞ୍ଜୀକୃତ କରିଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ତାରିଖରେ କନକ୍ଲେଭର ଉଦଘାଟନ କରିବେ।

ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏଥିରେ ଯୋଗ ଦେବେ। ଷ୍ଟାଟଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ସୁଭଦ୍ରା ଯୋଜନାକୁ ନେଇ ସ୍ଵତନ୍ତ୍ର ଭାବେ ଥିମ ବେଶ ସେସନ ହେବ। ୨୦ ଟି ଦେଶରେ ପ୍ରତିନିଧି ଏହି ସେସନରେ ଭାଗ ନେବେ। ସର୍ବସାଧାରଣଙ୍କ ପାଇଁ ଗୋଟିଏ ଦିନ ବଢିଲା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ। ଜାନୁଆରୀ ୩୦ ତାରିଖ ଗୋଟିଏ ଦିନ ସର୍ବସାଧାରଣ ପାଇଁ ଖୋଲା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

You might also like