ଆସନ୍ତା ୨୭ ଯାଏ ବର୍ଷା,ରାଜ୍ୟର ଅନେକ ସ୍ଥାନରେ ଆଗାମୀ ୪ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୭ ଯାଏ ବର୍ଷା । ବର୍ତ୍ତମାନ ଛତିଶଗଡ଼ ଉପରେ ରହିଛି ଲଘୁଚାପ । ଫଳରେ ରାଜ୍ୟର ଅନେକ ସ୍ଥାନରେ ଆଗାମୀ ୪ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାରେ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ସୋନପୁର , ବୌଧ,ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ସତର୍କ କରଯାଇଛି। ସେପଟେ ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ମାଲକାନାଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଘଣ୍ଟାରେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ସର୍ବାଧିକ ବର୍ଷା ୧୬୪.୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।