ଓଡିଶା ଆସିବେ ୫ ମହାବଳ ବାଘ

ଭୁବନେଶ୍ୱର : ଦେବ୍ରିଗଡ଼ ଅଭୟାରଣ୍ୟକୁ ୩ ଟି ଓ ଶିମିଳିପାଳକୁ ୨ଟି ବାଘ ଆସିବା ନେଇ ମିଳିଛି ସୂଚନା । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଗୋଟିଏ ବାଘ ଓ ୨ ଟି ବାଘୁଣୀ ଆଣି ଦେବ୍ରିଗଡ଼ରେ ଛଡ଼ାଯିବ ।  ୩୧ ଅଗଷ୍ଟରେ ଏହି ବାଘକୁ ଓଡିଶା ଅଣାଯିବ । ସେହିପରି ମଧ୍ୟ ପ୍ରଦେଶ କିମ୍ବା ମହାରାଷ୍ଟ୍ରର ସେଣ୍ଟ୍ରାଲ ଲେଣ୍ଡ ସ୍କେପ ଅଂଚଳରୁ ଦୁଇଟି ବାଘୁଣୀ ଆଣି ଶିମିଳିପାଳରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୩-୨୪ ପାଇଁ ବ୍ୟାଘ୍ର ଗଣନା ରିପୋର୍ଟ ଗତ ଫେବ୍ରୁଆରି ମାସରେ  ପ୍ରକାଶ କରିଥିଲେ । ଏହି ରିପୋର୍ଟ ଅନୁଯାଇ ରାଜ୍ୟରେ ୩୦ଟି ବାଘ ଥିବା କୁହାଯାଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟରେ ୨୭ଟି ବାଘରୁ ୧୪ଟି ମାଈ ଓ ୧୩ଟି ଅଣ୍ଡିରା। ସେହିପରି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ, ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନ ଓ ଗ୍ରେଟର ଶିମିଳିପାଳ ଟାଇଗର ଲାଣ୍ଡସ୍କେପରେ ଗୋଟିଏ ଲେଖାଏଁ ବାଘ ଥିବା ରିପୋର୍ଟରେ କୁହାଯାଇଥିଲା ।