ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ; କହିଲେ ମାଗଣା ବିଜୁଳି ଘୋଷଣା ପରେ ବିରୋଧୀଙ୍କୁ ଲାଗୁଛି କରେଣ୍ଟ
ରାଜ୍ୟରେ ବିଜେଡ଼ି ସରକାର ପୁଣିଥରେ ଆସିବ । ଜୁନ୍ ୯ରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦିଆଯିବ । ଜୁନ ୯ରେ ନବୀନ ବାବୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀଙ୍କ ଶପଥ ପରେ ସନ୍ଧ୍ୟାରେ ଡକାଯିବ କ୍ୟାବିନେଟ ବୈଠକ। ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପ୍ରଥମ ଦିନରେ ପୂରଣ କରିବୁ। କ୍ୟାବିନେଟ ବୈଠକରେ ମୋହର ବାଜିବ । ନବୀନ ବାବୁଙ୍କ ମାଗଣା ବିଜୁଳି ସମସ୍ତଙ୍କୁ କରେଣ୍ଟ ମାରୁଛି ବୋଲି କହିଛନ୍ତି ପାଣ୍ଡିଆନ।

ରାଉରକେଲା (କେନ୍ୟୁଜ): ରଘୁନାଥପାଲ୍ଲୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଏହି ଜନ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ନେତା ଗ୍ୟାରେଣ୍ଟି ଦେଇପାରିବେ କି ନିର୍ବାଚନ ପରେ ତେଲ ରେଟ ବଢିବନି ? ୨୦୧୪ ଦର ଅନୁସାରେ ଗ୍ୟାସ ରେଟ ଦେବେ ବୋଲି ? କିନ୍ତୁ ନବୀନ ସରକାର ଦର ହ୍ରାସ ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି । ରାଜ୍ୟରେ ବିଜେଡ଼ି ସରକାର ପୁଣିଥରେ ଆସିବ । ଜୁନ୍ ୯ରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦିଆଯିବ । ଜୁନ ୯ରେ ନବୀନ ବାବୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ଶପଥ ପରେ ସନ୍ଧ୍ୟାରେ ଡକାଯିବ କ୍ୟାବିନେଟ ବୈଠକ । ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପ୍ରଥମ ଦିନରେ ପୂରଣ କରିବୁ। କ୍ୟାବିନେଟ ବୈଠକରେ ମୋହର ବାଜିବ। ନବୀନ ବାବୁଙ୍କ ମାଗଣା ବିଜୁଳି ସମସ୍ତଙ୍କୁ କରେଣ୍ଟ ମାରୁଛି ବୋଲି କହିଛନ୍ତି ପାଣ୍ଡିଆନ। ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଏବେ ରାଜ୍ୟକୁ ଟୁରିଷ୍ଟ ଆସୁଛନ୍ତି, ବଡ଼ ବଡ଼ କଥା କହୁଛନ୍ତି। ସେମାନଙ୍କ କଥାକୁ ବଶ୍ବାସ ନକରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।
ପାଣ୍ଡିଆନ କହିଛନ୍ତି, ଜୁନ୍ ମାସର ବିଜୁଳି ବିଲ୍ ଓଡ଼ିଶାବାସୀଙ୍କ ଦେବାକୁ ପଡିବନି । ଏହା ହିଁ ନବୀନଙ୍କ ଗ୍ୟାରେଣ୍ଟି, ୫-ଟି ଗ୍ୟାରେଣ୍ଟି । ଆସନ୍ତା ୦ ତାରିଖରେ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । ଯଦି ନବୀନ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି । ବିଜେପି କହୁଛି ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କର ଦମ ଥିଲେ କୁହନ୍ତୁ ଯଦି ଓଡ଼ିଶାରେ ଯଦି ବିଜେପି ସରକାର ନ ଗଢିବ ତାହା ହେଲେ ରାଜନୀତିରେ ସନ୍ୟାସ ନେବେ ବୋଲି । ଏଭଳି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ ।