ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତର ପ୍ରଦେଶରୁ ଆସିବ ଆଳୁ

ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତର ପ୍ରଦେଶରୁ ଆସିବ ଆଳୁ । ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓଡିଶାରେ ଆଳୁ ସଙ୍କଟ ଦେବା ଦେବା ପରେ ସରକାର ଚରମ ନିଷ୍ପତ୍ତି ନେଇଛନ୍ତି । ସଚିବାଳୟରେ ରାଜ୍ୟ ସରକାର ଓ ଓଡିଶା ବ୍ୟବସାୟୀ ସଂଘ ମଧ୍ୟରେ ବୈଠକ ବସିଥିଲା । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଛି ।

ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରୁଛନ୍ତି । ଏହା ସହ ଆଳୁ ଯୋଗାଣ ନେଇ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ଏହାର ପ୍ରତିବାଦରେ ପଶ୍ଚିମବଙ୍ଗରୁ ଆଉ ଆଳୁ ଅଣାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍ କରାଯିବ। ପରେ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଉତ୍ତରପ୍ରଦେଶରୁ କିଛି ଆଳୁ ଟ୍ରକ ଆସି ଓଡ଼ିଶାରେ ପହଞ୍ଚିଛି । ଆଗାମୀ ଦିନରେ ଅଧିକ ପରିମାଣର ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

You might also like